Categories: ବାଣିଜ୍ୟ

୨ ଦିନରେ ଉଡିଗଲା ୯.୭୪ ଲକ୍ଷ କୋଟି

ମୁମ୍ବାଇ,୧୮-୩: ଶେୟାର ବଜାରରେ କାରବାର ଖସିବା ଯୋଗୁ ୨ ଦିନରେ ନିବେଶକ ୯.୭୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜାରର ସୁରକ୍ଷିତ ନିବେଶ ଏବେ ଅସୁରକ୍ଷିତ ହୋଇଛି। ଗତ ୧୧ ଦିନରେ ସୁନା ଦର ୬ ହଜାର ଟଙ୍କା ଶସ୍ତା ହୋଇଥିବା ବେଳେ ୨୨ ଦିନ ମଧ୍ୟରେ ରୂପା ଦର କିଲୋ ପ୍ରତି ପ୍ରାୟ ୧୫ ହଜାର ଟଙ୍କା ଖସିଛି। ୩୦ ଡିସେମ୍ବର ତୁଳନାରେ ଅଶୋଧିତ ତେଲ ଦର ୬୫% ଖସିଯାଇଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଜାନୁୟାରୀ ୧୫ ପରଠାରୁ ୫% ଦୁର୍ବଳ ହୋଇଛି। ବିଶ୍ୱ ସ୍ତରରେ ବିଭିନ୍ନ ଦେଶର ସରକାର ପ୍ୟାକେଜ ଘୋଷଣା, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପକ୍ଷରୁ ନଗଦ ସୁବିଧା କରାଯାଉଥିଲେ ମଧ୍ୟ ପୁଞ୍ଜି ବଜାରରେ କାରକାର ଖସି ଚାଲିଛି। ଏହି ଧାରାରେ ବିରତି ଆସିନାହିଁ। ସେହିଭଳି ସୁରକ୍ଷିତ ନିବେଶ ଭାବେ ବିଚାର କରାଯାଉଥିବା ସୁନା ଏବଂ ରୂପା ମଧ୍ୟ କରୋନା ପ୍ରଭାବରୁ ମୁକୁଳି ପାରିନାହିଁ।

Share