ଭୋପାଳ: କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳ ସେଣ୍ଟ୍ରାଲ ଜେଲରେ ଥିବା କଏଦୀମାନେ ମାସ୍କ ତିଆରି କରିଛନ୍ତି। ୨ ଦିନରେ ଏଠାରେ ୨୦୦୦ ମାସ୍କ ପ୍ରସ୍ତୁତ କରାଯାଇଛି। ଜେଲ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି, ଏହି ମାସ୍କଗୁଡ଼ିକ ମଧ୍ୟରୁ କିଛି ଅନ୍ତେବାସୀଙ୍କୁ ବଣ୍ଟନ କରାଯିବ। ବାହାରେ ଚାହିଦା ଅନୁଯାୟୀ ଆହୁରି ଅଧିକ ମାସ୍କ ତିଆରି ହେବ। ସେଣ୍ଟ୍ରାଲ ଜେଲ ଅଧୀକ୍ଷକ ଦୀନେଶ ନାର୍ଗେଭଙ୍କ ସୂଚନା ଅନୁଯାୟୀ, ଜେଲ୍ରେ ସଂକ୍ରମଣରୁ ରକ୍ଷା ପାଇବା ଦିଗରେ ଖୁବ୍ ସତର୍କତା ଅବଲମ୍ବନ କରାଯାଉଛି। ଯଦି ବାହାରୁ ଲୋକଙ୍କ ଚାହିଦା ଆସେ, ତେବେ ଅଧିକ ମାସ୍କ ପ୍ରସ୍ତୁତ କରି ଯୋଗାଇ ଦିଆଯିବ। ବର୍ତ୍ତମାନ କେବଳ ଜେଲ୍ ଅନ୍ତେବାସୀଙ୍କ ପାଇଁ ଏହା ପ୍ରସ୍ତୁତି କରାଯାଇଛି।
ସେହିପରି ନୂତନ ବନ୍ଦୀମାନଙ୍କୁ ଜେଲ୍ରେ ରଖିବା ପାଇଁ ଏକ ଅଲଗା ଓ୍ବାର୍ଡ ଗଠନ କରାଯାଇଛି। ପାରୋଲରୁ ଫେରୁଥିବା ବନ୍ଦୀମାନଙ୍କୁ କୋର୍ଟଙ୍କ ଦ୍ୱାରା ଦଣ୍ଡିତ ଏବଂ ବିଚାର ବିମର୍ଷ କରାଯିବ। ଏହି କଏଦୀମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ଅବ୍ଜରଭେସନ୍ରେ ରଖାଯିବା ପରେ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯିବ।