Advertisement

୨ ଦିନିଆ ବାର୍ଷିକ ଧର୍ମ ସମ୍ମିଳନୀ: ଟ୍ରେନ୍‌ ଇଞ୍ଜିନ୍‌ରେ ବସି ଯାତ୍ରା କଲେ ଲୋକେ; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଢ଼ାକା,୧୩।୧: ଭାରତରେ ବିଭିନ୍ନ ପାର୍ବଣ ଅବସରରେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ପ୍ରାୟତଃ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ବାଂଲାଦେଶରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ୱ ଧର୍ମ ସମ୍ମିଳନୀରେ ଦେଶର ପ୍ରତିଟି ପ୍ରାନ୍ତରୁ ଲୋକେ ଆୟୋଜନ ସ୍ଥଳକୁ ଆସିଥାନ୍ତି। ଚଳିତ ବର୍ଷ ଏହି ସମ୍ମିଳନୀ ଜାନୁୟାରୀ ୧୦ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଢ଼ାକାର ବାହାରେ ଥିବା ଟାଙ୍ଗିସ୍ଥିତ ତୁରଙ୍ଗ ନଦୀ କୂଳରେ ଅନୁଷ୍ଠିତ ହୋଇଥିଲା। ଲୋକେ ଏଥିରେ ଯୋଗଦେବା ପାଇଁ ଟ୍ରେନ୍‌ର ଇଞ୍ଜିନ୍‌ ଉପରେ ମଧ୍ୟ ବସି ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। ଟ୍ରେନ୍‌ରେ ଯାତ୍ରୀମାନେ ଝୁଲି ରହିଥିବାରୁ ଏହାର ଗତିକୁ ଧିମା କରାଯାଇଥିଲା। ଏବେ ଏହାର ଫଟୋ ଓ ଭିଡ଼ିଓ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share