Categories: ଜାତୀୟ

୨ ଦିନିଆ ଭୁଟାନ ଗସ୍ତରେ ମୋଦି

ନୂଆଦିଲ୍ଲୀ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୨ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଗସ୍ତକାଳରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି। ଏହାସହିତ ଭାରତ-ଭୁଟାନ ମଧ୍ୟରେ କେତେକ ଦ୍ୱିପାକ୍ଷିକ ଚୁକ୍ତି ଏହି ଅବସରରେ ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବର ନଜର ପ୍ରଥମ କାର୍ଯ୍ୟକାଳ ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ବୋଲି ଭୁଟାନ ଗସ୍ତରେ ଯାଇଥିଲେ। ସେହିପରି ଏବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେବାପରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି। ଏଠାରେ ପ୍ରଧାନମନ୍ତ୍ରୀ ୧୦ଟି ଚୁକ୍ତି ସ୍ବାକ୍ଷର କରିବା ସହିତ ୫ଟି ପରିଯୋଜନାକୁ ଲୋକାର୍ପଣ କରିବେ। ଏହା ସହିତ ଏଠାରେ ରୁପେ କାର୍ଡର ମଧ୍ୟ ଶୁଭାରମ୍ଭ କରିବେ ବୋଲି ଭୁଟାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରୁଚିରା କୁମାର ସୂଚନା ଦେଇଛନ୍ତି।

Share