Advertisement

୨ ଦିନ କୋହଲା ପାଗ ସହ ବର୍ଷା: ୧୦ରୁ ସ୍ବାଭାବିକ ବଢ଼ିବ ଶୀତ

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ଧରି ପାଗ କୋହଲା ରହିବା ସହ ଝିପିଝିପି ବର୍ଷା ହେଉଛି। ତେବେ ଏହିଭଳି ପାଗ ଶନିବାର ଓ ରବିବାର ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିହାର ଓ ତା’ର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ। ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ଶନିବାର ୬ ଜିଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ସେଗୁଡ଼ିକ ହେଲା ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତି। ଏହିସବୁ ଜିଲାଗୁଡ଼ିକୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା ୧୦ ତାରିଖ ପରେ ବର୍ଷା କମିବା ସହ କୁହୁଡ଼ି ଓଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel