Categories: ଜାତୀୟ

୨ ଦିନ ପରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୫।୧୦: ପାକିସ୍ତାନ ୨ ଦିନ ଚୁପ୍‌ ରହିବା ପରେ ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ପୂର୍ବାହ୍ନ ୯ଟା ୩୦ରେ କସ୍‌ବା ଏବଂ କେର୍ନି ସେକ୍ଟର ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା। ଏଠାକାର ନିୟନ୍ତ୍ରଣ ରେଖାଠାରେ ଥିବା ଜନବସତି ଉପରେ ଜାଣିଶୁଣି ବାରମ୍ବାର ମୋର୍ଟାର ଶେଲିଂ ମାଡ଼ କରାଯାଉଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ବାସିନ୍ଦାଙ୍କୁ ବଙ୍କରକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି। ଭାରତୀୟ ସେନା ପକ୍ଷରୁ ଏହାର ଜବାବରେ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ସୂଚନାଯୋଗ୍ୟ, ଅକ୍ଟୋବର ୧୩ରେ  କାଠୁଆ ଜିଲାର ହୀରାନଗର ସେକ୍ଟରରେ ଥିବା ଜନବସତି ଉପରେ ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା।

Share