Categories: ବାଣିଜ୍ୟ

୨ ଦିନ ବନ୍ଦ ରହିବ ମାରୁତି ସୁଜୁକି ପ୍ଲାଣ୍ଟ; ମାନ୍ଦାବସ୍ଥା ଯୋଗୁ ୨୦୧୨ ପରେ ପ୍ରଥମ

ନୂଆଦିଲ୍ଲୀ,୫ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବରୁ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ସୁଜୁକି ୨ଦିନ ୭ ଓ ୯ ତାରିଖରେ ହରିୟାଣାସ୍ଥିତ ଗୁଡ଼ଗାଓ ଏବଂ ମାନେସର ପ୍ଲାଣ୍ଟକୁ ବନ୍ଦ ରଖିବ। ଏହି ଦୁଇ ଦିନକୁ କମ୍ପାନୀ ‘ନୋ ପ୍ରଡକ୍ସନ ଡେ’ ବା ଉତ୍ପାଦନ ବନ୍ଦ ଦିବସ ଭାବେ ଘୋଷଣା କରିଛି। ୨୦୧୨ ପରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ପ୍ରଥମଥର ନିଆଯାଇଛି। ୭ ତାରିଖ ଶନିବାର ଓ ୯ ତାରିଖ ସୋମବାର ପଡୁଛି। ଏମିତିରେ ରବିବାର ମାରୁତି ସୁଜୁକିରେ କୌଣସି ପ୍ରକାର କାର୍ଯ୍ୟ ହୁଏନି। ଏଭଳି ଦେଖିଲେ ମାରୁତିରେ ଆସନ୍ତା ୩ ଦିନ କାର୍ଯ୍ୟ ବନ୍ଦ ରହିବ। କମ୍ପାନୀ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଛି। ସୂଚନାଥାଉ କି, ଅଟୋ ସେକ୍ଟରରେ ମାନ୍ଦାବସ୍ଥାର ପ୍ରଭାବ ଅତ୍ୟନ୍ତ ଗମ୍ଭୀର ହୋଇଛି। ମାରୁତିରେ ଏହାର ପ୍ରଭାବ ଜବରଦସ୍ତ ଦେଖିବାକୁ ମିଳିଛି। କମ୍ପାନୀକୁ ଅଗଷ୍ଟରେ ନିଜର ଉତ୍ପାଦନ ୩୩.୯୯ ପ୍ରତିଶତ ହ୍ରାସ କରିବାକୁ ପଡିଛି। କମ୍ପାନୀ ଗତ ୭ ମାସ ହେବ ଉତ୍ପାଦନ ହ୍ରାସ କରିଚାଲିଛି। ଅଗଷ୍ଟରେ ୧,୧୧,୩୭୦ ୟୁନିଟ ଗାଡ଼ି ତିଆରି ହୋଇଥିଲା। ଗତବର୍ଷ ଏହି ସମୟରେ ଗାଡ଼ି ଉତ୍ପାଦନ ୧,୬୮,୭୨୫ ୟୁନିଟ ହୋଇଥିଲା। ଅଗଷ୍ଟରେ ବିକ୍ରି ୩୨.୭ ପ୍ରତିଶତ କମି ୧,୦୬,୪୧୩ରେ ପହଞ୍ଚତ୍ଛି, ଯାହା କି ଗତବର୍ଷ ୧,୫୮,୧୮୯ ଥିଲା।

Share