୨ ଦୋକାନ ସିଲ୍‌ କଲା ପ୍ରଶାସନ

ରାୟଗଡ଼ା ଅଫିସ,୨୦ା୪: କରୋନା ମୁକାବିଲା ପାଇଁ ଭାରତ ସରକାର ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି। ମାତ୍ର ଯେଉଁ ଜିଲାରେ କରୋନା ରୋଗୀ ଚି଼ହ୍ନଟ ହୋଇନାହାନ୍ତି ସେହି ସ୍ଥାନରେ ୨୦ତାରିଖ ପରଠାରୁ କୋହଳ ହୋଇପାରେ ବୋଲି ଜଣାପଡ଼ିବା ପରେ ରାୟଗଡ଼ା ଜିଲାରେ କିଛି ଦୋକାନୀ ସୋମବାର ଦୋକାନ ଖୋଲିଥିଲେ। ଏ ସମ୍ପର୍କରେ ଖବର ପାଇ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା ସ୍ଥାନୀୟ ପୋଲିସ ସହ ମିଶି ସହରରେ ଖୋଲା ରହିଥିବା ଦୋକାନଗୁଡ଼ିକୁ ବନ୍ଦ କରିଥିଲେ। ଅତ୍ୟାବଶ୍ୟକ ଦ୍ରବ୍ୟ ଏବଂ ଜିଲାପାଳଙ୍କ ଦ୍ୱାରା ଅନୁମତି ପାଇଥିବା ଦୋକାନ ହିଁ ବର୍ତ୍ତମାନ ଖୋଲିବ। ଆଗାମୀ ଦିନରେ ଜିଲାପାଳଙ୍କ ଅନୁମତି ପରେ ଅନ୍ୟ ଦୋକାନଗୁଡ଼ିକ ଖୋଲିବ ବୋଲି ତହସିଲଦାର କହିଛନ୍ତି। ଆଜି ରାୟଗଡ଼ା ସହରରେ ୨ଟି ଦୋକାନ ସିଲ୍‌ କରାଯାଇଛି l