୨ ନିଶାସକ୍ତ ବାଇକ୍‌ ଚାଳକଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ସୋମବାର ଅପରାହ୍ନରେ ୨ଜଣ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ନନ ଏଫ୍‌ଆଇଆର ମାମଲା ନଂ. ୩୦/୧୯ ଓ ୩୧/୧୯ ମୋଟର ଯାନ ଆଇନର ଦଫା ୧୮୫ ଅନୁଯାୟୀ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ ବଜାର ଥାନା ରଜା ସାହିର କିରଣ ପାତ୍ର ଏବଂ ଦିଗପହଣ୍ଡି ବ୍ଲକ କୈଠଡା ପଞ୍ଚାୟତ ଦୁଆରଗାଁର ଶିବ ଗୌଡ।
ରବିବାର ସନ୍ଧ୍ୟାରେ ସ୍ଥାନୀୟ ପୁଞ୍ଜିକଁୟା ଛକ ନିକଟରେ ପୋଲିସ ପକ୍ଷରୁ ଯାନବାହାନ ଧରପଗଡ ଚାଲିଥିବା ବେଳେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତଦ୍ୱୟ ବାଇକ୍‌ ଚଳାଉଥିବା ଜଣାପଡିଥିଲା। ଉପସ୍ଥିତ ପୋଲିସ କର୍ମଚାରୀମାନେ ବ୍ରେଥ୍‌ ଏନାଲାଇଜର ମେଶିନ ଦ୍ୱାରା ଅଭିଯୁକ୍ତ ଦ୍ୱୟଙ୍କୁ ପରୀକ୍ଷା କରିଥିଲେ। ପରୀକ୍ଷା ରିପୋର୍ଟ ଅନୁଯାୟୀ ସେମାନେ ଗିରଫ କରାଯାଇଥିଲା ବୋଲି ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।