Advertisement
Categories: ଗଞ୍ଜାମ

୨ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ଭଞ୍ଜନଗର,୧୦ା୧୦(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ତୁରୁମରେ ସୋମବାର ରାତିରେ ୨ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୬ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଦୀପ ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟଆହତମାନେ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେବାପରେ ବୁଧବାର ଗ୍ରାମକୁ ଫେରିଛନ୍ତି ପୋଲିସ ଏନେଇ ଉଭୟ ପକ୍ଷର ୪ଜଣଙ୍କୁ ବୁଧବାର ଥାନାକୁ ନେଇ ତଦନ୍ତ ଚଳାଇଛି। ଘଟଣାକୁ ନେଇ ୨ ରାଜନୈତିକ ଦଳ ଫାଇଦା ନେବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରକାଶ ଯେ, ନିରାକାର ଦାସ ଓ ପ୍ରଦୀପ ପଣ୍ଡାଙ୍କ ପରିବାର ମଧ୍ୟରେ କିଛିଦିନ ହେଲା କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା। ସୋମବାର ରାତିରେ ୩ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ନିରାକାର ଓ ତାଙ୍କ ୨ ପୁଅ ଆହତ ହୋଇଥିଲେ। ବିପକ୍ଷ ଗୋଷ୍ଠୀର ପ୍ରଦୀପ, ଭାଗ୍ୟ ଓ ବିଜୟ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଉଭୟ ପକ୍ଷରୁ ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି।