୨ ପର୍ଯ୍ୟାୟରେ ଖୋଲିବ ମାଲ୍‌ଗୋଦାମ

କଟକ ଅଫିସ,୨୩ା୩- ରାଜ୍ୟର ଅନ୍ୟତମ ବୃହତ୍‌ ବଜାର ମାଲ୍‌ଗୋଦାମ ଖୋଲିବାକୁ ନେଇ ଥିବା ଦ୍ୱନ୍ଦ୍ୱ ସୋମବାର ଦୂର ହୋଇଛି। ଫଳରେ ଏହି ବଜାର ଦିନକୁ ଦୁଇଟି ଭିନ୍ନ ସମୟରେ ଖୋଲିବ। ଖୁଚୁରା ଦୋକାନଗୁଡିକ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ହୋଲ୍‌ସେଲ୍‌ ଗୋଦାମ୍‌ଗୁଡିକ ମଧ୍ୟାହ୍ନ ୧୨ଟା ପରଠୁ ଖୋଲା ରହିବ। ମାଲ୍‌ଗୋଦାମ ଖୋଲିବା ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ କଟକ ବଣିକ ସଂଘର ପଦାଧିକାରୀମାନେ ଯୋଗଦେଇଥିଲେ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାରହିବ। ଖାଦ୍ୟଶସ୍ୟ, ଖାଇବା ତେଲ, ଚିନି, ଲୁଣ, ମସଲା, ଦୁଗ୍ଧ ଆଦି ସାମଗ୍ରୀ ହିଁ ବିକ୍ରି କରାଯାଇପାରିବ। ତେବେ ସମସ୍ତ ଦୋକାନୀ ଏହି ନିଷ୍ପତ୍ତିକୁ ମାନିବା ପାଇଁ ସମ୍ମତି ପ୍ରଦାନ କରିଥିବା ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ଛାଟୋଇ କହିିଛନ୍ତି।

Share