Categories: ଗଞ୍ଜାମ

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଅଭିଯୋଗ : ପ୍ରତିବାଦରେ ଡିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବ୍ରହ୍ମପୁର ଅଫିସ,୧୯ା୧୨-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବୁଧବାର ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ମିଳିତ ବିଦ୍ୟାଳୟ ପାଚିକା-ସହାୟିକା ସଂଘ ସମର୍ଥନରେ ଦୁଇ ପାଚିକା ଧାରଣା ଦେଇଛନ୍ତି । କାର୍ଯ୍ୟର ସୁ-ବ୍ୟବସ୍ଥା କରା ନ ଯିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ସେମାନେ ଚେତାବନୀ ଦେଇଛନ୍ତି ।
ପ୍ରକାରେ, ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କୁନି ସାହୁ ଓ ଗୀତା ନାୟକ ପାଚିକା ଭାବେ କାର୍ଯ୍ୟ କରି ଆସୁଛନ୍ତି ।
ସେମାନେ କେବଳ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ପାଇଁ ନିଯୁକ୍ତ ହୋଇଥିବା ବେଳେ ଉକ୍ତ କାମ ବ୍ୟତୀତ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସାହାଯ୍ୟ, ସହଯୋଗ କରି ଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକମାନେ ସେମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଥିଲେ। ଏହାର ପ୍ରତିବାଦ କରିବାରୁ କୌଣସି ନୋଟିସ ନ ଦେଇ ସେମାନଙ୍କୁ ବହିଷ୍କାର କରାଯାଇଥିବା ଦୁଇ ପାଚିକା ଅଭିଯୋଗ କରିଛନ୍ତି ା ବିଦ୍ୟାଳୟ ଓ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ମିଥ୍ୟା, ବିଶୃଙ୍ଖଳା ସୃଷ୍ଟି କରିବା ଆରୋପ କରି କାର୍ଯ୍ୟରୁ ବହିଷ୍କାର କରାଯାଇଥିବା କହିଛନ୍ତି ା ଅନ୍ୟାୟ ଭାବେ କାର୍ଯ୍ୟ ବନ୍ଦ କରିଥିବା ପାଚିକାଙ୍କୁ ତୁରନ୍ତ ତାଙ୍କ କାର୍ଯ୍ୟର ସୁ-ବ୍ୟବସ୍ଥା କରିବାକୁ ପାଚିକା ସହାୟକ ସଂଘ ଜିଲା ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତି ଦାବି କରିଛନ୍ତି। ଅନ୍ୟପକ୍ଷରେ ପାଚିକାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ା କମିଟିଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, ମାର୍ଚ୍ଚ ୨୦ରୁ କୁନି ସାହୁ କାର୍ଯ୍ୟକୁ ଆସିନ ଥିବାରୁ ଦୀର୍ଘ ଦିନ ଛୁଟି କାରଣରୁ କମିଟିର ସଦସ୍ୟ ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଅବଗତ କରାଯାଇ ତାଙ୍କ କାର୍ଯ୍ୟ ବନ୍ଦ କରାଯାଇଛି ା
ସେହିପରି କାର୍ଯ୍ୟରେ ଅବହେଳା ପାଇଁ ବିଦ୍ୟାଳୟ ପରିଚାଳନା କମିଟି, ବିଇଓଙ୍କୁ ଅବଗତ କରାଯାଇ ଗୀତା ନାୟକଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା କମିଟି ପକ୍ଷରୁ କୁହାଯାଇଛି ା ଜିଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା କହିଛନ୍ତି, ବିଦ୍ୟାଳୟର ପାଚିକାମାନଙ୍କ ନିଯୁକ୍ତି ପ୍ରକ୍ରିିିୟା ବିଦ୍ୟାଳୟ ପରିଚାଳନା କମିଟି ବୁଝିବ ା ଏଥିରେ ଜିଲା ଶିକ୍ଷାଧିକାରୀଙ୍କ କୌଣସି ଭୂମିକା ନାହିଁ ା ବିଦ୍ୟାଳୟ ପାଇଁ କର୍ତ୍ତବ୍ୟ ଦୃଷ୍ଟିରେ ପାଚିକାମାନେ ସ୍ବଚ୍ଛତା, ପରିସ୍କାର, ପରିଚ୍ଛନ୍ନତା ଦିଗରେ ମଧ୍ୟ ସହାୟତା କରିବା ଆବଶ୍ୟକ ା