ମାଲକାନଗିରି, ୩୦।୬(ଡି.ଏନ୍.ଏ.): ମାଲକାନଗିରି ଜିଲା ଗୌଡଗୁଡ଼ା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ତାଙ୍କର ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗ୍ରାମର ସୀତା ମାଡ଼କାମୀ । ଦୁଇମାସ ତଳେ ରୋଗରେ ପଡ଼ି ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଅନୁଯାୟୀ, ସୀତା ନିଜେ ବିଷ ପିଇବା ସହ ଝିଅ ଏବଂ ପୁଅଙ୍କ ଖାଦ୍ୟରେ ମଧ୍ୟ ମିଶାଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ପୁଅଙ୍କ ଗୁରୁତର ଥିବା ଜଣାପଡିଛି। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ।