ଚିତ୍ରକୋଣ୍ଡା,୨୧ା୫(ଡି.ଏନ.ଏ.)- ମଙ୍ଗଳବାର ମାଓବାଦୀମାନେ ତେଲୁଗୁ ଭାଷାରେ ୨ ପୃଷ୍ଠାର ଚିଠି ଜାରି କରିଛନ୍ତି। ଏଥିରେ ସେମାନେ ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରିଛନ୍ତି। ଆନ୍ଦ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କମ୍ରେଡ ଗଣେଶ ଏହି ଚିଠି ଜାରି କରିଥିବା ଜଣାପଡିଛି। ପାଡୁଆ ଏନକାଉଣ୍ଟରରେ ମୃତ ୫ଜଣ ମାଓବାଦୀଙ୍କ ଉଦେଶ୍ୟରେ ଚଳିତ ମାସ ୨୫ ତାରିଖରେ ଆନ୍ଦ୍ର ଏବଂ ଓଡିଶା ବନ୍ଦ ଲାଗି ସେ ଉଲ୍ଲେଖ କରିଛନ୍ତି । ପଡୁଆ ଅଞ୍ଚଳରେ ଲୁଚି ରହିଥିବା ଖଣିଜ ସମ୍ପଦକୁ ଲୁଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ରାସ୍ତା ଘାଟ ଓ ମୋବାଇଲ ଟାୱାର ନିର୍ମାଣ କରୁଛନ୍ତି । ମାତ୍ର ଲୋକଙ୍କୁ ମେଡିକାଲ ସୁବିଧା ଓ ଆଦିବାସୀଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଚିଠିରେ କୁହାଯାଇଛି।