୨ ବଙ୍ଗୀୟ ଯୁବକଙ୍କୁ ଧରିନେଲା ପୋଲିସ

ନୂଆଗାଁ, ୧୮।୪ (ଡି.ଏନ.ଏ.)- ଦେଶ ଓ ରାଜ୍ୟ କରୋନା ପାଇଁ ଲକ୍‌ ଡାଉନ ରହିଛି। ହେଲେ ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁକୁ ଏକ ପିକଅପ୍‌ ଭ୍ୟାନ (ଡବ୍ଲୁବି ୧୯ ଜେ- ୯୯୨୬)ରେ ୨ଜଣ ଯୁବକ ମାସ୍କ ବିକିବାକୁ ଆସି ପୋଲିସ ହାତରେ ଧରା ପଡିଛନ୍ତି। ଗାଁ ଲୋକେ ପଶ୍ଚିମବଙ୍ଗ ଗାଡି ନମ୍ବର ଦେଖି ସନ୍ଦେହ ହେବାରୁ ବିଶ୍ରା ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚତ୍ ଗାଡି ସହ ଯୁବକ ଦ୍ୱୟଙ୍କୁ ଥାନାକୁ ନେଇଥିଲା। ଗାଡିଟିକୁ ଥାନାରେ ଅଟକ ରଖି ଉଭୟ ଯୁବକଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଥିବା ପୋଲିସ କହିଛନ୍ତି।