Categories: ଜାତୀୟ

୨ ବର୍ଷ ପରେ ଲାଲୁଙ୍କୁ ଭେଟିଲେ ରାବିଡି ଦେବୀ

ରାଞ୍ଚି,୨୮।୧: ଦୀର୍ଘ ୨ ବର୍ଷ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି ସ୍ତ୍ରୀ ରାବିଡି ଦେବୀ। ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ରିମ୍ସ)ରେ ଭର୍ତ୍ତି ଥିବା ଲାଲୁଙ୍କୁ ଭେଟି ତାଙ୍କ ସହ ଘଣ୍ଟାଏ ଧରି ଆଲୋଚନା କରିଛନ୍ତି ରାବିଡି। ଏହି ସମୟରେ ଝିଅ ମିଶା ଭାରତୀ ମଧ୍ୟ ଉପସ୍ଥିତ ଥିଲେ। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ବିର୍ସାମୁଣ୍ଡା ଜେଲରେ ୧୪ବର୍ଷ ଦଣ୍ଡାଦେଶ ଭୋଗୁଥିବା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାଙ୍କୁ ରିମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭେଟିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡିଥିଲେ ରାବିଡି। ପରେ ତାଙ୍କୁ ଅନୁମତି ଦିଆଯାଇଥିଲା। ସେ ମିଶାଙ୍କ ସହ ଆସି ରିମ୍ସରେ ତାଙ୍କୁ ଭେଟିଥିଲେ।

Share