Advertisement

୨ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଦେବଗଡ଼/ରିଆମାଳ,୧୩।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ଛତାବରସ୍ଥିତ ଜଟିଆନାଳୀଠାରେ ସୋମବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଟିଙ୍କହୀର ପଟାପଥର ଗ୍ରାମର ଉତ୍ତମ ସାହୁ (୪୦) ଓ ଗୁରୁତର ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ଗ୍ରାମର ଲିଟୁ ସାହୁ(୨୫)।
ସୂଚନାଯୋଗ୍ୟ, ସକାଳେ ଲିଟୁ ବାଇକ୍‌ ଯୋଗେ ଛତାବରରୁ ଘରକୁ ଯାଉଥିବା ବେଳେ ବେଳେ ଉତ୍ତମ ତିଲିଲିମୁଣ୍ଡାରୁ ଘରକୁ ଫେରୁଥିଲେ। ତେବେ ଉଭୟଙ୍କ ବାଇକ୍‌ ଜଟିଆନାଳୀଠାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଛତାବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉତ୍ତମଙ୍କୁ ମୃତ ଘୋଷଣା କରିଥିବା ବେଳେ ଲିଟୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ରିଆମାଳ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel