୨ ଭାରତୀୟ ନାବିକ କରୋନା ସଂକ୍ରମିତ

ଟୋକିଓ,୧୩ା୨(ପି.ଟି.): ଜାପାନ ଉପକୂଳରେ ଅଟକି ରହିଥିବା ଜାହାଜରେ ୨ ଜଣ ଭାରତୀୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ମୋଟ ୩୭୧୧ ଯାତ୍ରୀ ଓ କର୍ମଚାରୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୪ ଜଣ କରୋନା ସଂକ୍ରମିତ ଥିବା ଜଣାପଡିଛି। ଜାହାଜରେ ୧୩୮ ଜଣ ଭାରତୀୟ ରହିଛନ୍ତି।

Share