୨ ଭାଲୁ ଆକ୍ରମଣରେ ୬ ଗୁରୁତର

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଏବଂ ଟଣକା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ୨ଟି ଭାଲୁ ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କୁଲଡ଼ିହା ଅଭୟାରଣ୍ୟରୁ ଖାଦ୍ୟ ଅନ୍ବେଷଣରେ ପାହାଡ଼ ତଳକୁ ଆସି ଦିଗହରା ହୋଇଥିବା ୨ଟି ଭାଲୁ ଗଁ। ମୁହଁ। ହୋଇଥିଲେ। ବାଉଁଶବଣିଆ ଗ୍ରାମର ଦୁଇଜଣ ଏବଂ ଟଣକା ଗ୍ରାମର ୪ଜଣ ଏହି ଦୁଇ ଭାଲୁଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କର ଚିତ୍କାର ଶୁଣି ଗ୍ରାମବାସୀ ରୁଣ୍ଡ ହୋଇଯିବାରୁ ଭାଲୁ ଦୁଇଟି ଜଙ୍ଗଲ ଆଡକୁ ପଳାଇଯାଇଥିଲେ। କୁଲଡ଼ିହା ରେଞ୍ଜର ବିଜୟ କୁମାର ମହାପାତ୍ର ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଗୁରୁତରମାନଙ୍କୁ ସାକ୍ଷାତ କରି ସରକାରୀ ସହୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।