Posted inଜାତୀୟ

୨ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ: କିିଣିବା ପାଇଁ ଚପଲରେ ପିଟାପିଟି

ଲକ୍ଷ୍ନୌ,୪।୬: ମଣିଷ ଯେ ବେଳେବେଳେ ସାଧାରଣ କତାରେ ତାହାର ମଣିଷ ପଣିଆ ହରାଇ ବସେ ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସ୍ଥାନୀୟ ବିଜନୌରରେସ୍ଥିତ ନାଜିଆବାଦ୍‌ରେ ଏକ ପୋଷାକ ଦୋକାନରେ ୨ ଜଣ ମହିଳା ପରସ୍ପରକୁ ଚପଲରେ ପିଟିଛନ୍ତି। ଗୋଟିଏ ପୋଷାକ ଦୁଇଜଣଙ୍କୁ ପସନ୍ଦ ଆସିଥିଲା। ଏହାକୁ ନେବା ପାଇଁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ସେମାନେ ପିଟିଥିଲେ। ଦୋକାନୀ ମାମଲା ରଫାଦଫା କରିବା ଲାଗି ମହିଳା ଦୁଇଜଣଙ୍କୁ ବୁଝାଇଥିଲେ। ମାତ୍ର ସେମାନେ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ଉଭୟଙ୍କୁ ବୁଝାସୁଝା କରି ଘରକୁ ପଠାଇଥିବା କୁହାଯାଉଛି। ମହିଳାମାନେ ଚପଲରେ ପରସ୍ପରକୁ ପିଟୁଥିବା ଘଟଣାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହକୁ ୭୦ ଘଣ୍ଟା କାମ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୧ା୧୨: କାର୍ଯ୍ୟ-ଜୀବନ ସନ୍ତୁଳନ(ୱାର୍କ ଲାଇଫ ବାଲାନ୍ସ) ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ। ସେ କହିଛନ୍ତି ଯେ, ”ଯେତେବେଳେ ଆମେ କିଛି କରିବାକୁ ପସନ୍ଦ କରନ୍ତି...

ଜଗଜିତ ସିଂ ଡଲ୍ଲେଓ୍ବାଲ କିଏ? ଯିଏ କ୍ୟାନ୍‌ସରରେ ପୀଡ଼ିତ ଥିବା ସତ୍ତ୍ୱେ MSPର ଆଇନଗତ ଗ୍ୟାରେଣ୍ଟି ଦାବି ନେଇ ୩୬ ଦିନ ଧରି କରୁଛନ୍ତି ଆମରଣ ଅନଶନ

ନୂଆଦିଲ୍ଲୀ,୩୧।୧୨: ପଞ୍ଜାବରେ ପୁଣି ଥରେ ରାଜରାସ୍ତାରେ କୃଷକ। ନିଜର ଦାବି ନେଇ କୃଷକ ପଞ୍ଜାବ ବନ୍ଦ କରିବା ସହ ଗତ ୧୧ ମାସ ଧରି ହରିୟାଣା...

‘I am sorry, ଦୟାକରି କ୍ଷମା କରିଦିଅ’, ମଣିପୁର ହିଂସା ପାଇଁ କ୍ଷମା ପ୍ରାର୍ଥନା କଲେ ବୀରେନ ସିଂହ

ନୂଆଦିଲ୍ଲୀ,୩୧।୧୨: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୩ ମେ ୨୦୨୩ ରୁ ଘଟିଥିବା ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଭବିଷ୍ୟତରେ ଶାନ୍ତି ଏବଂ...

ରାହୁଲଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ-ପୁଅଙ୍କ ମଧ୍ୟରେ ଲାଗିଲା କଳି

ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଯୋଗୁଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଏବଂ ପୁଅ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ପୂର୍ବତନ ରାଷ୍ଟ୍ରପତି...

ମୁଖ୍ୟମନ୍ତ୍ରୀଙ୍କ ବିଶ୍ଳେଷଣ: ରେଭାନ୍ଥ ରେଡ୍ଡୀଙ୍କ ନାଁରେ ରହିଛି ସବୁଠାରୁ ଅଧିକ ମାମଲା

ନୂଆଦିଲ୍ଲୀ,୩୧।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, ଯାହାଙ୍କ ସମ୍ପତ୍ତି ୯୩୧କୋଟିରୁ ଅଧିକ। ଏହି ସମୟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ...

ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

କନ୍ୟାକୁମାରୀ, ୩୧ା୧୨:ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ...

୨୦୨୫ ପ୍ରଥମ ଦିନରେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଚମକାଇ ଦେବ, ଜାଣନ୍ତୁ କ’ଣ ରହିବ ଭାରତର ଅବସ୍ଥା

ନୂଆଦିଲ୍ଲୀ,୩୧।୧୨: ୨୦୨୫ବର୍ଷ ଆରମ୍ଭ ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ୨୦୨୪ବର୍ଷ ଇତିହାସରେ ରେକର୍ଡ ହେବ । ଏହି ସମୟରେ ଏକ ରିପୋର୍ଟ ଆସିଛି ଯେଉଁଥିରେ...

କୃଷକଙ୍କ ପଞ୍ଜାବ ବନ୍ଦ ଯୋଗୁ ବସ୍‌ ଓ ରେଳସେବା ବ୍ୟାହତ

ଚଣ୍ଡିଗଡ଼,୩୧ା୧୨(ପି.ଟି.): ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସୋମବାର ପଞ୍ଜାବ ବନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri