୨ ମାସରେ ୨୮ଶହ ଲୋକ ସୀମା ଡେଇଁ ବାଲେଶ୍ୱରରେ ପଶିଛନ୍ତି: ଆର୍‌ଡିସି

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି କରୋନା ସ୍ଥିତି ତଦାରଖ କରିଛନ୍ତି। ସ୍ଥିତି ସମୀକ୍ଷା ପରେ ଆରଡିସି ଅନୀଏ ସାମଲ କହିଛନ୍ତି, ପଡୋଶୀ ରାଜ୍ୟରେ କାମ କରୁଥିବା ପ୍ରାୟ ୨୮ ଶହରୁ ଅଧିକ ଲୋକ ସୀମା ଡେଇଁ ବାଲେଶ୍ୱରକୁ ଗତ ୨ ମାସ ଭିତରେ ପଶି ଆସିଛନ୍ତି। ଲକ୍‌ଡାଉନ୍‌ ପରେ ମଧ୍ୟ କିଛି ଲୋକ ପଶି ଆସିଥିବା ଜଣାପଡ଼ିଛି। ସରପଞ୍ଚ ଓ ଜିପିଇଓମାନଙ୍କ ଦ୍ୱାରା ଡାଟା ପ୍ରସ୍ତୁତ କରାଯାଇଛି। ସେ ସମସ୍ତ ଲୋକଙ୍କୁ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ । କ୍ୱାରାଣ୍ଟାଇନରେ ରଖି ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ।
ଆହୁରି ମଧ୍ୟ ସେ କହିଛନ୍ତି, ସୀମା ସିଲ୍‌ ସତ୍ତ୍ୱେ ବହୁ ଲୋକ କୌଣସି କରି ଚାଲିଆସୁଛନ୍ତି। କିଛି ଲୋକ ରାତିରେ ବିଲରେ ପଶି ଚାଲି ଆସିଥିବା ବେଳେ ଆଉ କିଛି ଲୋକ ଆମ୍ବୁଲାନ୍ସରେ ବି ପଲାଇ ଆସିଥିବା ସୂଚନା ଅଛି। ସେମାନଙ୍କୁ ଠାବ କରି କ୍ୱାରାଣ୍ଟାଇନରେ ରଖାଯିବବୋଲି ଆର୍‌ଡିସି କହିଛନ୍ତି।

Share