ନୂଆଦିଲ୍ଲୀ,୨୨।୧୦: ଆଇଏନ୍ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କୁ ଜାମିନ୍ ମିଳିଛି। ମାମଲାର ବିଚାର କରି ୨ ମାସ ପରେ ସୁପ୍ରିମ୍କୋର୍ଟ ମଙ୍ଗଳବାର ଜାମିନ୍ ମଞ୍ଜୁର କରିଛନ୍ତି। ବ୍ୟକ୍ତିଗତ ଭାବେ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଛି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତ୍ରେ ଥିବାରୁ ସେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ତିହାର ଜେଲ୍ରେ ରହିବେ।