Categories: Video

୨ ମାସ ପରେ ଭଗବାନଙ୍କ ଦର୍ଶନ ପାଇଲେ ଭକ୍ତ

କରୋନା ମହାମାରୀ ସହ ସାରା ଦେଶ ଲଢେଇ କରୁଛି । ଏହାରି ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ୧ ର ଦ୍ବିତୀୟ ପର୍ଯ୍ୟାୟ । ଜୁନ୍ ୧ ରେ ସରକାର ଲକଡାଉନ ୫ ଅର୍ଥାତ୍ ଅନଲକ୍ ୧ ର ଶୁଭାରମ୍ଭ କରିଥିଲେ । ଯାହାର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ନୂଆ ନିୟମ ଅନୁସାରେ ଦେଶରେ ବିଭିନ୍ନ ସ୍ଥାନରେ ଧାର୍ମିକସ୍ଥଳୀ , ରେଷ୍ଟୁରାଣ୍ଟ , ସପିଂ ମଲ୍ ଖୋଲିବା ପାଇଁ ଅନୁମତି ମିଳିଛି କିନ୍ତୁ ଏଥିରେ କିଛି କଟକଣା ମଧ୍ୟ ରହିଛି । ସବୁ ରାଜ୍ୟ ଅନଲକ୍ ୧ କୁ ନେଇ ନିଜ ନିଜ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି ।