୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍‌-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ଶୁଟିଂ ହୋଇ ପାରୁନି। ତେଣୁ ଡିଡି-୧ ଏବଂ ଡିଡି-୨ରେ ଲୋକପ୍ରିୟ ଧାରାବାହିକ ରାମାୟଣ ଓ ମହାଭାରତର ପ୍ରସାରଣ ପୁଣି ଆରମ୍ଭ ହୋଇଛି। ଲୋକେ ଘରେ ରହି ବୋର୍‌ ନ ହେବା ପାଇଁ ଏଭଳି କରାଯାଇଥିବା କୁହାଯାଉଥିଲେ ମଧ୍ୟ ଏହା ଦ୍ୱାରା ଟିଆର୍‌ପି ସଂଗ୍ରହ ଆଶା ରହିଥିବା ଚର୍ଚ୍ଚା ହେଉଛି। ସେହିଭଳି ଏବେ ଲୋକେ ମାଗଣାରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଜି-ଷ୍ଟାର୍‌-କଲର୍ସର କିଛି ଚ୍ୟାନେଲ ଦେଖିପାରିବେ। ଏନେଇ ଇଣ୍ଡିଆନ୍‌ ବୋର୍ଡକାଷ୍ଟିଂ ଫାଉଣ୍ଡେଶନ(ଆଇବିଏଫ୍‌) ପକ୍ଷରୁ ଘୋଷଣା କରାଯାଇଛି। ସେଥିମଧ୍ୟରୁ ସୋନୀର ସୋନୀ ପଲ୍‌, ଷ୍ଟାର୍‌ ଇଣ୍ଡିଆର ଷ୍ଟାର ଉତ୍ସବ, ଜି ଟିଭିର ଜି ଅନମୋଲ୍‌ ଏବଂ ଭିଆକମ୍‌-୧୮ର କଲର୍ସ ରିସ୍ତେ ଆଦି ଚ୍ୟାନେଲ୍‌ ରହିଥିବା ଆଇବିଏଫ୍‌ ପକ୍ଷରୁ କୁହାଯାଇଛି।

Share