Categories: ଖେଳ

୨ ମାସ ମଧ୍ୟରେ ଦ୍ୱିତୀୟଥର ଦ୍ୱିଶତକ ହାସଲ କଲେ ଏହି ମହାନ କ୍ରିକେଟରଙ୍କ ପୁଅ, ବୋଲିଂରେ ବି କଲେ କମାଲ

ଭାରତୀୟ କ୍ରିକେଟର ଦ ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ରାହୁଲ ଦ୍ରାବିଡଙ୍କ ପୁଅ ସମିତ ମଧ୍ୟ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ବାପା ରାହୁଲଙ୍କ ପରି ସେ କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରିଚାଲିଛନ୍ତି। ଗତ ୨ ମାସ ମଧ୍ୟରେ ଦ୍ୱିତୀୟଥର ଦ୍ୱିଶତକ ହାସଲ କରିଛନ୍ତି ସମିତ। କର୍ନାଟକର ଅଣ୍ଡର-୧୪ ଇଣ୍ଟର ଜୋନ କ୍ରିକେଟ ଟୁର୍ନାମେଣ୍ଟରେ ଦ୍ୱିଶତକ ହାସଲ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମିତ ମାଲ୍ୟା ଅଦିତି ଇଣ୍ଟରନ୍ୟାଶନାଲ ସ୍କୁଲ ପକ୍ଷରୁ ଖେଳି ୩୩ଟି ଚୌକା ସହ ୨୦୪ରନ୍‌ ସଂଗ୍ରହ କରିଥିଲେ। କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ କମାଲ କରି ୨ଟି ଉଇକେଟ୍‌ ନେଇଥିଲେ।
୨୦୧୯ ଡିସେମ୍ବରରେ ଧାରବାଡ ବିପକ୍ଷରେ ୨୦୧ ରନର ମାରାଥନ ଇନିଂସ ଖେଳିଥିଲେ ସମିତ। ଏହାପୂର୍ବରୁ ସମିତ ୨୦୧୫ ଅଣ୍ଡର-୧୨ ଟୁର୍ନାମେଣ୍ଟରେ ସ୍କୁଲ ପକ୍ଷରୁ ଖେଳିବା ସହ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସମିତଙ୍କୁ ବାପା ଦ୍ରାଭିଡ କ୍ରିକେଟ ପ୍ରଶିକ୍ଷଣ ଦେଉଛନ୍ତି।

Share