People wearing face masks cross a road as the country is hit by an outbreak of the novel coronavirus, in Shanghai, China March 2, 2020. REUTERS/Aly Song
ସିଓଲ,୧୮।୪: ଗତ ୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଏଠାରେ ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଶନିବାର ପ୍ରଥମ କରି ଏଠାରେ କରୋନା ପଜିଟିଭ ସଂଖ୍ୟା ରହିଥିଲା ୧୮। ତେଣୁ ଗତ ୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ ପ୍ରଥମ କରି ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଛି ବୋଲି ଜଣାପଡିଛି। କୋରିଆ ସେଣ୍ଟରର୍ସ ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(କେସିଡିସି)ର ସୂଚନା ଅନୁଯାୟୀ, ଏବେ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୬୫୩। ଏବେ ସେଠାରେ ୨୩୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଫେବୃୟାରୀ ୨୯ରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦୯ ହୋଇଯିବା ପରେ ସରକାର କ୍ୱାରାଣ୍ଟାଇନ ଓ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାରୁ ଏବେ ଏହା କମ୍ ହୋଇଥିବା କୁହାଯାଉଛି।