Categories: ଜାତୀୟ

୨ ମିନିଟ୍‌ ମୌନ ରହି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୧।୪: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତରେ ଲକ୍‌ ଡାଉନ୍‌ ଜାରି ରହିଛି। ନିଜର ରାଜଧର୍ମକୁ ଗୁରୁତ୍ୱ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ଦିଲ୍ଲୀର ଏମ୍ସ୍‌ରେ ପରଲୋକ ଘଟିଥିଲା। ଏହାପରେ ମୃତଦେହକୁ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ପୈତୃକ ଗ୍ରାମ ଫୁଲଚଟ୍ଟିରେ ଗଙ୍ଗା କୂଳରେ ଅନ୍ତିମ ସଂସ୍କାର କରାଯାଇଛି। କରୋନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ସେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇପାରିବେ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ମଙ୍ଗଳବାର ପିତାଙ୍କ ଅନ୍ତିମ ସଂସ୍କାର ପରେ ଏକ ବୈଠକରେ ଯୋଗଦେଇଥିଲେ। ବୈଠକ ଆରମ୍ଭରେ ଆଦିତ୍ୟନାଥ ୨ ମିନିଟ୍‌ ମୌନ ରହି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବୈଠକରେ ଉପସ୍ଥିତ ଅଧିକାରୀମାନେ ମଧ୍ୟ ଏଭଳି କରିଛନ୍ତି। ପିତାଙ୍କ ଅନ୍ତିମ ସଂସ୍କାରରେ ଲକ୍‌ ଡାଉନ୍‌ ନିୟମକୁ ପାଳନ କରିବା ଲାଗି ସେ ପରିବାର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।

Share