୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ଦୁଇ ଗିରଫ

ଭଦ୍ରକ ଅଫିସ,୨୩।୬: ଭଦ୍ରକ ଅବକାରୀ ଟିମ୍‌ ମଙ୍ଗଳବାର ବନ୍ତଛକ ପୋଲତଳୁ ଦୁଇ ଜଣ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଅବଦଲାପୁରର ପ୍ରଶାନ୍ତ କୁମାର ବେହେରା ଓ ଏଲଖାର ସୁଜିତ ଦାସ। ସେମାନଙ୍କଠାରୁ ଏକ ବାଇକ୍‌ ସହ ୨୦ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।