ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକ ୧ ମାସର ଦରମା ବନ୍ଦ ରଖିଛନ୍ତି। ଉଲ୍ଲେଖନୀୟ ଯେ, ଗତ ୨୮ ତାରିଖରେ ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଅଚାନକ ଗସ୍ତ କରି ସେଠାରେ କିଭଳି ପାଠ ପଢାଯାଉଛି ଅନୁଧ୍ୟାନ କରିଥିଲେ। ଊପର କ୍ଲାସର ଛାତ୍ରମାନଙ୍କୁ ତଳ କ୍ଲାସର ପାଠ ଆସୁ ନ ଥିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ପୁସ୍ତକ ପଢିବାର ଦକ୍ଷତା ନ ଥିବା ଜାଣି ସେ ବିରକ୍ତି ପ୍ରକାଶ କରିଥିଲେ। ଏ ନେଇ ଉକ୍ତ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ ଓ ଶିକ୍ଷୟିତ୍ରୀ ଶାନ୍ତିଲତା ଗିରିଙ୍କ ୧ ମାସର ଦରମା ବନ୍ଦ କରାଯାଇଥିବା ଶିକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି ।