୨ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ମାଡ଼ମାରିବା ଅଭିଯୋଗ : ବିଦ୍ୟାଳୟ ପରିସରରେ ଉତ୍ତେଜନା

ହାଟଡ଼ିହୀ,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ କୁଶଟିକିରି ବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନ ଶିକ୍ଷକ ୨ ଜଣ ଶିକ୍ଷୟିିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି। ଏ ନେଇ ୨ ଶିକ୍ଷୟିତ୍ରୀ ହାଟଡ଼ିହୀ ଶିକ୍ଷା ଜିଲା ଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ଫଳରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଛି। ତେବେ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଆର୍‌ସିିସି ବିନୋଦ ବିହାରୀ ରାଉତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ସେ କହିଛନ୍ତି ଯେ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଣୁଧର ସାହୁ ୨ ମହିଳା ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଖରାପ ଭାଷାରେ ଗାଳିଗୁଲଜ ସହ ମାଡ ମାରିଥିଲେ। ଆମେ ଜାଣିବା ପରେ ତାହାର ତଦନ୍ତ କରୁଛୁ । ମାତ୍ର ଏହିପରି କାହିଁକି ଘଟିଛି ତାହା ଏଯାବତ୍‌ ଜଣାପଡି ନାହିଁ।