ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ୨ ସପ୍ତାହ ତଳେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାର ୨୮୧ ଥିଲା। ଏବେ ଏହା ଦେଢ଼ ଲକ୍ଷ ଟପିଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୫୧ ହଜାର ୮୭୬ ରହିଛି। ସେହିପରି ମୃତକଙ୍କ ସଂଖ୍ୟା ୪ ହଜାର ୩୪୬ରେ ପହଞ୍ଚିଛି। ମେ ୧୩ରେ ମୃତକଙ୍କ ସଂଖ୍ୟା ୨ ହଜାର ୪୧୫ ଥିଲା। ଏହା ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୬୮୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଯୋଗୁ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ସପ୍ତାହ ମଧ୍ୟରେ ୨୪ ଘଣ୍ଟାରେ ହାରାହାରି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ସେହିପରି ପ୍ରତି ୨ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାରରୁ ଅଧିକ ହେବାରେ ଲାଗିଛି।
Posted inକରୋନା ଭାଇରସ୍, ଜାତୀୟ