୨ ସପ୍ତାହ ବଢିପାରେ ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆଉ ୩ ଦିନ ପରେ ଶେଷ ହେବାକୁ ଯାଉଛି। ହେଲେ ଏହି ଅବଧିକୁ ଆଉ ୨ ସପ୍ତାହ ବା ୧୫ ଦିନ ବୃଦ୍ଧି କରିବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ନେଇ ମୋଦି ୧୨ ଅବା ୧୩ ଏପ୍ରିଲରେ ଦେଶକୁ ସମ୍ବୋଧିତ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଦେଶରେ ଏବେ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବାରୁ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀମାନେ କହିଛନ୍ତି। ପରୋକ୍ଷରେ ଏହା କରୋନା ସଂକ୍ରମଣକୁ ରୋକିବାରେ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ ବୋଲି କୁହାଯାଉଛି।

Share