Categories: ଜାତୀୟ

୨ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ମାଓବାଦୀ

ନାଗପୁର,୨।୧୨: ମହାରାଷ୍ଟ୍ର ଗଡଚିରୋଲି ଗଁାରେ ମାଓବାଦୀ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଗଡଚିରୋଲିର ପୁରାସ୍ଲାଗୋନ୍ଧି ଗଁ।ରେ ୨ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ସୋମବାର ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ମୃତ ଦୁଇ ଜଣ ସୁରଜଗଢ଼ ଖଣିରେ କାମ କରୁଥିବା ବେଳେ ମାଓବାଦୀ ଏହାକୁ ବିରୋଧ କରିଆସୁଥିଲେ। ଏଥିଯୋଗୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତ କରି ପୋଲିସ ସୂଚନା ଦେଇଛି।

Share