୨ ସୁନା ଚେନ ଲୁଟେରା, ୨ ଗ୍ରାହକ ଗିରଫ

ରାୟଗଡ଼ା ଅଫିସ,୧୭।୧୨: ଗତ କିଛିଦିନ ହେଲା ରାୟଗଡ଼ାରେ ସୁନା ଚେନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୧୭ରେ ରାୟଗଡ଼ା ବ୍ୟାଙ୍କ କଲୋନୀ ୨ୟ ଲାଇନରେ ରହୁଥିବା ମାଙ୍ଗାୟାମା (୭୦) ନିଜ ଘର ବାହାରେ ପ୍ରାତଃ ଭ୍ରମଣ କରୁଥିବାବେଳେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କ ଠାରୁ ସୁନା ଚେନ ଝାମ୍ପି ନେଇଥିଲେ। ତାଙ୍କ ପୁଅ ଗାନି ଶ୍ରୀନିବାସ ରାଓ (୪୫)ରାୟଗଡ଼ା ଟାଉନ ଥାନାରେ କେସ ନମ୍ବର ୩୭୩/୧୯ରେ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାର ତଦନ୍ତ କରି ୨ଜଣ ଅଭିଯୁକ୍ତ ଏବଂ ୨ ଗ୍ରାହକଙ୍କୁ ରାୟଗଡ଼ା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ଏସପି ଶ୍ରବଣା ବିବେକ ଏମ ଏନେଇ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ର ବବଲୁ ସାହୁ (୨୫) ଏବଂ ଦିନେଶ ସାହୁ (୨୩) ଏବଂ ତାଙ୍କଠାରୁ ସୁନା କିଣିଛନ୍ତି ସୁନ୍ଦରଗଡ଼ର ବିକାଶ ପ୍ରସାଦ (୨୧), କୋରାପୁଟର ସେଖ ଅବଦୁଲ ସେଦ (୨୨)। ଅଭିଯୁକ୍ତଙ୍କଠାରୁ ୨ଟି ସୁନା ଚେନ ୪୮ ଗ୍ରାମର ଏବଂ ୨ଟି ମୋଟର ସାଇକେଲ ଜବତ କରାଯାଇଛିା ମିଳିଥିବା ସୁନାଚେନକୁ ମାଙ୍ଗାୟାମାଙ୍କୁ ପ୍ରଦାନ କରିଛନ୍ତି ଏସପି ା