+୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି କଲା ଅଭିଭାବକ ସଂଘ

ଭୁବନେଶ୍ୱର,୮।୨(ବ୍ୟୁରୋ): +୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବିକଲା ରାଜ୍ୟ ଅଭିଭାବକ ସଂଘ। ଏ ନେଇ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ଉପଦେଷ୍ଟା ବାସୁଦେବ ଭଟ୍ଟ କହିଛନ୍ତି ଯେ, ଯୁକ୍ତ ୨ ପରୀକ୍ଷା ସେଣ୍ଟର ଫିକ୍ସିଂ ବାବଦରେ ଦୁଇ ବିଧାୟକ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି। କପି କରାଇ ପିଲାଙ୍କ ରେଜଲ୍ଟ ଭଲ କରିବା ପାଇଁ ହେରଫେର ହୋଇଛି। ଦୁଇ ବିଧାୟକ ଅଭିଯୋଗ କରିବା ପରେ ବହୁ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ଏହା ପଛରେ ମୋଟା ଅଙ୍କର ଅର୍ଥ କାରବାର ହୋଇଛି। ଏଣୁ ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ। ଏଥିସହ +୨ ପରୀକ୍ଷା ବ୍ୟବସ୍ଥାରୁ ରାଜନେତାଙ୍କୁ ହଟାଇ ଶିକ୍ଷାବିତ୍‌ଙ୍କୁ ରଖାଯାଉ ବୋଲି ସେ କହିଛନ୍ତି।

Share