Categories: ଜାତୀୟ

୨ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନେଲା ଭାଜପା

ସିର୍ସା,୨୫-୧୦: ହରିୟାଣା ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ପକ୍ଷରୁ ୨ ଜଣ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନିଆଯାଇଛି। ମୋଟ ୮ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଗୋପାଳ କାଣ୍ଡା ଓ ରଞ୍ଜିତ ସିଂଙ୍କୁ ସିର୍ସା ଏମ୍‌ପି ସୁନିତା ଦୁଗ୍ଗଲ ଏକ ଚାର୍ଟାର୍ଡ ପ୍ଲେନ୍‌ରେ ଦିଲ୍ଲୀକୁ ନେଇଛନ୍ତି। ଗୋପାଳ ସିର୍ସା ଆସନରୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଭାଇ ରଞ୍ଜିତ ରାନିଆ ଆସନରୁ ବିଜୟୀ ହୋଇଛନ୍ତି। ଯେଉଁ ଦଳ ସିର୍ସାର ବିକାଶ ପାଇଁ କାମ କରିବ ତାକୁ ସମର୍ଥନ କରିବେ ବୋଲି ଉଭୟେ ଗଣମାଧ୍ୟମକୁ କହିଛନ୍ତି।

Share