୨ ହଜାରରୁ ଊର୍ଦ୍ଧ୍ୱ ନମୁନାର ରାପିଡ୍‌ ଟେଷ୍ଟ

ଭୁବନେଶ୍ୱର, ୨୧ା୪ବ୍ୟୁରୋ): ରାଜଧାନୀକୁ ସଂକ୍ରମଣ ମୁକ୍ତ ଲକ୍ଷ୍ୟ ନେଇ ବିଏମ୍‌ସି ପକ୍ଷରୁ ରାପିଡ୍‌ ଟେଷ୍ଟ ଚାଲିଛି। ଏହି ଅଭିଯାନର ୩ୟ ଦିନ ସୋମବାରରେ ଭୁବନେଶ୍ୱରରୁ ୨ହଜାରରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ମଣ୍ଡଳରୁ ୭ଶହରୁ ଊର୍ଦ୍ଧ୍ୱ, ଉତ୍ତର ମଣ୍ଡଳରୁ ୭୮୭, ଦକ୍ଷିଣ ପୂର୍ବ ମଣ୍ଡଳର ବିଭିନ୍ନ ଶିବିରରୁ ପାଖାପାଖି ୭ଶହ ନମୁନା ସଂଗ୍ରହ ହୋଇଥିବା ବିଏମ୍‌ସି ସୂତ୍ରରୁ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ସୋମବାର ବିଏମ୍‌ସି ପକ୍ଷରୁ ୧ ନଂ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭୁବନେଶ୍ୱରରେ କାର୍ଯ୍ୟରତ ୩ଶହ ଗଣମାଧ୍ୟମ ପ୍ରତିନିଧିଙ୍କ ରାପିଡ୍‌ ଟେଷ୍ଟ କରାଯାଇଥିଲା। ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍‌ର ଅଭାବ ଏବଂ ସାମାଜିକ ଦୂରତା ଉଲ୍ଲଂଘନ କାରଣରୁ ଅନେକ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଶିବିରରେ ଟେଷ୍ଟ କରିବାର ସୁଯୋଗ ପାଇନଥିଲେ। ଅଧିକାଂଶ ଗଣମାଧ୍ୟମ ପ୍ରତିନିଧି ବିଏମ୍‌ସିର ଏହି କାର୍ଯ୍ୟ ବ୍ୟବସ୍ଥା ଉପରେ କ୍ଷୋଭ ପ୍ରକାଶ କରିଥିଲେ।

Share