୨ ହଜାର କିମି ଚାଲି ଚାଲି ଘରେ ପହଞ୍ଚିଲେ ଶ୍ରମିକ, ଘର ପାଖରେ ସାପ କାମୁଡିବାରୁ ଜୀବନଗଲା

ଗୋଣ୍ଡା,୨।୬: ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଙ୍ଗାଲୁରୁରୁ ଗୋଣ୍ଡା ପ୍ରାୟ ୨ ହଜାର କିମି ଚାଲି ଚାଲି ଆସିଥିବା ଜଣେ ଶ୍ରମିକଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ଗୋଣ୍ଡାର ଥାନେପୁର ଗାଁରେ ରହୁଥିବା ସଲମାନ ନାମକ ଶ୍ରମିକ ଜଣଙ୍କ ମେ ୧୨ରେ ବେଙ୍ଗାଲୁରୁରୁ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୨ ହଜାର କିମି ଚାଲି ଘରେ ମେ ୨୬ରେ ପହଞ୍ଚିଥିଲେ। ମା’ଙ୍କୁ ଭେଟିବା ପରେ ଘର ପାଖରେ ଥିବା ଆଖୁ କିଆରୀକୁ ବୁଲିବାକୁ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକ ତାଙ୍କୁ ବହୁ ଖୋଖୋଜି କରିବା ପରେ ଆଖୁ କିଆରୀକୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ସାପ କାମୁଡା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Share