ଗଞ୍ଜାମରେ ୨ ହୋମଗାର୍ଡ କରୋନା ପଜିଟିଭ୍‌

ଛତ୍ରପୁର,୨୭l୫(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ପୋଲସରା ଥାନାର ୨ ଜଣ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ହୋଇଥିବା ଏହି କର୍ମଚାରୀଙ୍କ ମଧ୍ୟରୁ ଜଣେ ଜଗନ୍ନାଥପୁର ଷ୍ଟେଶନ ଓ ଅନ୍ୟ ଜଣେ ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କାର୍ଯ୍ୟରତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲ ଓ ଅନ୍ୟ ଜଣେ ପାରଳା ମହାରାଜା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏସ୍‌ପି ରୟ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share