Categories: ବାଣିଜ୍ୟ

୨.୨ ବିଲିୟନ ସହାୟତା ଦେବ ଏଡିବି

ନୂଆଦିଲ୍ଲୀ,୧୧।୪: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୨.୨ (ପ୍ରାୟ ୧୬ ହଜାର କୋଟି) ବିଲିୟନ ଡଲାରର ଋଣ ସହାୟତା ପ୍ରଦାନ କରିବ। କୋଭିଡ୍‌-୧୯ ବିରୋଧୀ ଲଢ଼େଇ ଲାଗି ଏହି ଋଣ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଏଡିବି ସଭାପତି ମାସାତସୁଗୁ ଆସାକାଓ୍ବା ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଆସାକାଓ୍ବା ନିକଟରେ ସୀତାରାମନଙ୍କ ସହ ଆଲୋଚନା କରିବା ସହ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। କରୋନା ଯୋଗୁ ଉପୁଜିଥିବା ସ୍ବାସ୍ଥ୍ୟ ତଥା ଆର୍ଥତ୍କ କ୍ଷେତ୍ରରେ ପ୍ରଭାବକୁ କମ୍‌ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଏହାବାଦ ଅଣ ସଙ୍ଗଠିତ କ୍ଷେତ୍ର, ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି ବୋଲି ଆସାକାଓ୍ବା କହିଛନ୍ତି।

Share