୨.୯ ନିୟୁତ ଡଲାର ପଠାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୭ା୪(ଆଇଏଏନ୍‌ଏସ୍‌) : ମହାମାରୀ କରୋନା ବିରୋଧରେ ଭାରତର ଲଢ଼େଇକୁ ଜୋର୍‌ଦାର କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ୨.୯ ନିୟୁତ ଡଲାର ସହାୟତା ରାଶି ପଠାଇଛନ୍ତି। ଏହାସହ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ଯୋଗାଣ ପାଇଁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଜାରି ଏକ ଆନୁଷ୍ଠାନିକ ବିବୃତିରେ କୁହାଯାଇଛି ଯେ, ଆମେରିକା ସରକାର ୟୁଏସ୍‌ ଏଜେନ୍ସି ଫର ଇଣ୍ଟରନ୍ୟାଶନାଲ ଡେଭେଲପ୍‌ମେଣ୍ଟ (ୟୁଏସ୍‌ଏଆଇଡି) ଜରିଆରେ ୨.୯ ମିଲିୟନ୍‌ ଡଲାର ସହାୟତା ରାଶି ପଠାଇଛନ୍ତି। ବିଗତ ୨୦ ବର୍ଷରେ ଆମେରିକା ଭାରତକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୧.୪ ବିଲିୟନ୍‌ ଡଲାର ସହାୟତା ଦେଇଥିବାବେଳେ ମୋଟ ସହାୟତା ରାଶି ୩ ବିଲିୟନ୍‌ ଡଲାରରେ ପହଞ୍ଚତ୍ଛି। ଏହାବାଦ୍‌ ଅତିରିକ୍ତ ଭାବେ ୨.୯ ମିଲିୟନ୍‌ ଡଲାର ପ୍ରଦାନ କରିଛି।
ପ୍ରକାଶ ଯେ, ଆମେରିକାରେ କରୋନା ଭାଇରସ୍‌ ତାଣ୍ଡବ ରଚିଥିବାବେଳେ ଏହାର ମୁକାବିଲା ପାଇଁ ଶନିବାର ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ ରପ୍ତାନି ସକାଶେ ଅନୁରୋଧ କରିଥିଲେ।

Share