Categories: ବାଣିଜ୍ୟ

୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରେ ନୂଆ ନିଯୁକ୍ତି ସଂଖ୍ୟା ସର୍ବାଧିକ ୮.୯୪ ଲକ୍ଷ ରହିଛି। ଏଥିପୂର୍ବରୁ ପୂର୍ବ ମାସରେ ଜାରି ଅନ୍ତରୀଣ ତଥ୍ୟ ଅନୁଯାୟୀ, ଏହା ୮.୯୬ ଲକ୍ଷ ରହିବ ବୋଲି କୁହାଯାଇଥିଲା। ସୂଚନାଥାଉ କି, ଇପିଏଫ୍‌ଓ ଗତବର୍ଷ ଏପ୍ରିଲରୁ କମ୍ପାନୀଙ୍କ ବେତନ ରେଜିଷ୍ଟରରେ ସାମିଲ ହେଉଥିବା ନାମ ଆଧାରରେ ନିଯୁକ୍ତି ସୃଷ୍ଟି ତଥ୍ୟ ଜାରି କରିବା ଆରମ୍ଭ କରିଛି। ସଂଗଠନ ୨୦୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ତଥ୍ୟ ପୂର୍ବରୁ ସଂଗ୍ରହ କରିଥିଲା। ଫେବୃୟାରୀରେ ୨୨ରୁ ୨୫ ବର୍ଷ ବୟସ ବର୍ଗରେ ୨.୩୬ ଲକ୍ଷଙ୍କୁ ଏବଂ ୧୮ରୁ ୨୧ ବର୍ଷ ବୟସ ବର୍ଗରେ ୨.୦୯ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିଛି। ତଥ୍ୟ ଅନୁଯାୟୀ ୨୦୧୭ ସେପ୍ଟେମ୍ବରରୁ ଚଳିତବର୍ଷ ଫେବୃୟାରୀ ମଧ୍ୟରେ ୧୮ ମାସରେ ୮୦.୮୬ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହୋଇଥିବା ଦର୍ଶାଯାଇଛି।

Share