୩ଟା କୁଠିରେ ୮ଟା ଶ୍ରେଣୀର ୧୩୮ ଛାତ୍ରୀଛାତ୍ର

ଗୁଡ଼ଭେଲିପଦର, ୯ା୧୨(ଡି.ଏନ୍‌.ଏ.)- କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍‌ ସଦର ଗଁାରେ ଥିବାର ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆରେ ଛଁଦି ହେଇ ରହିଛେ। ଇ ବାବ୍‌ଦେ ଶନିବାର ସ୍କୁଲ ପରିଚାଲନା କମିଟିର ସଦସିଅମାନେ ଜିଲାପାଲକଁୁ ଭେଟି ଗୁଟେ ଦାବିପତର ଦେବାର ସଂଗେ ସମସିଆର ସମାଧାନ ଲାଗି ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ ୬୫ ବଛର ପୁରନା ଇ ସ୍କୁଲରେ ଏହେଦେ ୧ମରୁ ୮ମ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ର ପାଠ୍‌ପଢ଼ବାର ବେବସ୍‌ତା ରହିଛେ। ସେନ୍‌ତା ୮ଟା ଶ୍ରେଣୀରେ ଏହେଦେ ୧୩୮ ଛାତ୍ରୀଛାତ୍ର ପାଠ୍‌ପଢ଼ୁଛନ୍‌। ଆଗରୁ ସ୍କୁଲଟା ୨ ଡେସିମିଲ ଜାଗାରେ ରହିଥିଲା। ଜାଗାଠାନ୍‌ ଅଭାବୁ ଅନେକ ସମିଆରେ ସ୍କୁଲର ଉନ୍‌ନତିକରନ ଲାଗି ଆସୁଥିବାର ସରକାରୀ ଅନୁଦାନ ଫିରିଯାଉଥିଲା। ୨୦୧୭ ସାଲେ ସ୍କୁଲର ସେବେଲର ଚେୟାରମେନ ପ୍ରତ୍ୟୁଷ ସାହୁ ଆର ସୁବେଦାର ଲଲିତ ସାହୁକଁର ଉଦିଅମ୍‌ରେ ଜବରଦଖଲ ସରକାରୀ ଜମିକେ ବିଲାସପୁରବାସୀ ଉଛେଦ କରି ସେଠାନେ ସ୍କୁଲର ନୂତନ କୁଠା ତିଆର କରିଥିଲେ। ହେଲେ ଅଲପ ଅନୁଦାନ ଲାଗି ୩ଟା କୁଠି ତିଆର ହେଇଥିଲାବେଲେ କୁଠାର ଶେଷ୍‌ ବିଲ ଆଏଜ୍‌ଯାଏ ନାଇଁ ମିଲିଥିବାର ସ୍କୁଲ କମିଟି ତରଫୁ ଜନାଯାଇଛେ। ଇଆଡ଼େ ସ୍କୁଲରେ ରଁଧାଘର ଆଭାବୁ ରଁାଧେନ୍‌ ଆର ଛାତ୍ରୀଛାତ୍ର ନାନା ସମସିଆର ସାମ୍‌ନା କରୁଛନ୍‌। ସେନ୍‌ତା ଛାତ୍ରୀଛାତ୍ରକଁର ପିଇଲା ପାଏନ୍‌ ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା କୁଡ଼ାଯାଇଥିଲେ ବି ପାଏନ୍‌ ନାଇଁ ବାହାରଲା। ସ୍କୁଲଟା ଗଁାନୁ ୩ଶହ ମିଟର ଦୂରେ ଥିଲାବେଲେ ସ୍କୁଲକେ ଯିବାର ଲାଗି ଭଲ ରାସ୍‌ତାଟେ ନଁାଇଁନ। ଇଆଡ଼େ ୮ଟା ଶ୍ରେଣୀର ୧୩୮ ଛାତ୍ରୀଛାତ୍ର ୩ଟା କୁଠିଥି ବସି ପାଠ୍‌ ପଢ଼ବାର ସୁବିଧା ନାଇଁ ହେବାର। ଏନ୍‌ତାଥି ଛୁଆକର ପାଠ୍‌ପଢ଼ାରେ ଖେଲ୍‌ଢ଼େପ ହେଉଛେ ବଲି ଅଭିଭାବ ଆର ସ୍କୁଲ ପରିଚାଲନା କମିଟି ଅଭିଯୋଗ କରିଛନ୍‌। ସେଥିରଲାଗି ଗଲା ଶନିବାର ସ୍କୁଲ ପରିଚାଲନା କମିଟିର ଅଧ୍ୟକ୍ଷ ବନମାଳି ପାତ୍ରକଁର ମଂଗୁଆଲତିରେ ସଦସିଅମନେ ବୌଦ୍ଧ ଜିଲାପାଳ ଅର ଜିଲା ପ୍ରକଳ୍ପ ସଂଯୋଜକକୁଁ ଭେଟି ଗୁଟେ ଦାବି ପତର ଦେଇଛନ୍‌। ସେମାନେ ଦାବିପତରରେ ସ୍କୁଲ ଲାଗି ଆର ଦୁଇ ବଖରା ଘର, ରଁଧାଘର, ନୂତନ ନଲ୍‌ଚୁଅଁା, ସ୍କୁଲକେ ରାସ୍‌ତା ତିଆରି କରବାକେ ଲେଖି କରି ଦେଇଛନ୍‌।