Categories: ଖେଳ

୩ଟି ମ୍ୟାଚ୍‌ରୁ ସାଣ୍ଟୋସ୍‌ଙ୍କୁ ବାସନ୍ଦ କଲା ୟୁଇଏଫ୍‌ଏ

ନିୟନ,୧୫।୪(ଏପି): ୟୁରୋପ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଇଏଫ୍‌ଏ (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ) କୋପନହାଗେନ ଫରଓ୍ବାର୍ଡ ମାଇକେଲ ସାଣ୍ଟୋସ୍‌ଙ୍କୁ ୩ଟି ମ୍ୟାଚ୍‌ରୁ ବାସନ୍ଦ କରିଛି। ସେଲଟିକ୍‌ରେ ଏକ ଗୋଲ ପ୍ରଦାନଜନିତ ଉତ୍ସବ ମନାଉଥିବା ବେଳେ ସାଣ୍ଟୋସ୍‌ ପୋଲିସ୍‌ ଓ ନିରାପର୍ତ୍ତାରକ୍ଷୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ୟୁଇଏଫ୍‌ଏ ତାଙ୍କ ବିରୋଧରେ ଏହି କଡ଼ା ପଦକ୍ଷେପ ନେଇଛି। ଏ ଘଟଣା ନେଇ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ୟୁଇଏଫ୍‌ଏ ତରଫରୁ କୁହାଯାଇଛି।
ଉରୁଗୁଏ ଫରଓ୍ବାର୍ଡ ସାଣ୍ଟୋସ୍‌ଙ୍କ ବିରୋଧରେ ମଧ୍ୟ ସ୍କଟଲାଣ୍ଡ ପୋଲିସ୍‌ ମାମଲା ରୁଜୁ କରିଛି। ଗତ ଫେବୃୟାରୀ ୨୭ ତାରିଖରେ ୟୁରୋପ ଲିଗ୍‌ ଖେଳାଯିବା ଅବସରରେ ଏହି ଘଟଣା ଘଟିଥିଲା। ଇସ୍ତାନବୁଲ ବାସାକେହିର ବିପକ୍ଷ ଏକ ରାଉଣ୍ଡ ଅଫ୍‌ ୩୨ ମ୍ୟାଚ୍‌ରେ କୋପନହାଗେନ ୩-୧ ଗୋଲରେ ବିଜୟୀ ହୋଇଥିଲା। ଦ୍ୱିତୀୟ ଗୋଲ ସ୍କୋର ପରେ ସାଣ୍ଟୋସ ଉତ୍ସବ ମନାଇଥିଲେ। କେତେକ ନିରାପତ୍ତାରକ୍ଷୀଙ୍କ ବିରୋଧରେ ମଧ୍ୟ ପୋଲିସ୍‌ ମାମଲା ରୁଜୁ କରିଛି। ତେବେ ୟୁଇଏଫ୍‌ଏର ଏହି ନିଷ୍ପତ୍ତି ବିରୋଧରେ ସାଣ୍ଟୋସ ଓ ତାଙ୍କ କ୍ଲବ କୋପନହାଗେଲ ଅପିଲ କରିପାରିବେ ବୋଲି କୁହାଯାଇଛି।

Share