୩ଦିନରୁ ଭୋକିଲା ପେଟରେ ଶ୍ରମିକ

କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍‌ଡାଉନ୍‌ ଯୋଗୁ କେହି ନିଜ ରାଜ୍ୟକୁ ଫେରିପାରି ନ ଥିବା ବେଳେ ସମସ୍ତଙ୍କୁ ରନ୍ଧା ଖାଦ୍ୟ ବା ରାସନ ଯୋଗାଇଦେବା ନେଇ ସରକାର ଘୋଷଣା କରିଥିଲେ। ତେବେ ସରକାରଙ୍କ ଘୋଷଣା ସତ୍ତ୍ୱେ ମଧ୍ୟ ଏମାନେ ଦୀର୍ଘ ୩ ଦିନ ହେଲା ଭୋକିଲା ପେଟରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏଭଳି ବହୁ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଖାଦ୍ୟ ପହଁଚି ପାରୁନାହିଁ। ଫଳରେ ଖାଦ୍ୟାଭାବ ଯୋଗୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣା ବିଷୟରେ ସ୍ଥାନୀୟ ଜିଲାପାଳ ଆଶୀଷ ଥାକରେ ଅବଗତ ହେବା ପରେ ସେ କହିଛନ୍ତି, ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

Share