୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ

ଗଞ୍ଜାମ,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ ହେଲା ପାଇପ ଯୋଗେ ପାଣି ଆସୁନାହିଁ। ଫଳରେ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ପାଣି ସମସ୍ୟା ସମାଧାନ ନ ହେବାରୁ ପାଳିବନ୍ଧ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ ଟ୍ୟାଙ୍କର ଯୋଗେ ଦୁଇ ଦିନ ଧରି ଜଳ ଯୋଗାଉଛନ୍ତି। ଏନେଇ ବିଡ଼ିଓ ଜ୍ୟୋତି ଶଙ୍କର ରାୟ କହିଛନ୍ତି ଖୁବ ଶୀଘ୍ର ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ।