୩ମାସ ଟ୍ରାଫିକ ନିୟମ କୋହଳ ହେବାରୁ ଗାଡ଼ିଚାଳକ ବେପରୁଆ: କିନ୍ନରଙ୍କ ଅଭିନବ ଉପାୟରେ ସଚେତନତା

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ଯାହାଦ୍ୱାରା ଗାଡ଼ିଚାଳକ ଏବେ ପୁଣି ବେପରୁଆ ହୋଇଗଲେଣି। ସେମାନେ ଢିଲାଭାବେ ଗାଡ଼ିଚାଳନା କରୁଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶା କିନ୍ନର ମହାସଂଘ ପକ୍ଷରୁ ଏଜି ଛକରେ ଟ୍ରାଫିକ ସଚେତନତା କରାଯାଇଛି। ଯେଉଁ ଚାଳକ ହେଲ୍‌ମେଟ ପିନ୍ଧି ନାହାନ୍ତି ଏବଂ ସିଟ୍‌ ବେଲ୍ଟ ବାନ୍ଧିନାହାନ୍ତି ସେମାନଙ୍କୁ କିନ୍ନରମାନେ ବୁଲିବୁଲି ସଚେତନ କରାଉଛନ୍ତି। ଏହି କାର୍ଯ୍ୟକ୍ରମ ଏଜି ଛକରୁ ଆରମ୍ଭହୋଇ ସାରା ରାଜ୍ୟକୁ ବ୍ୟାପିବ ବୋଲି କିନ୍ନର ସଂଘର ସଭାପତି ମେନେକା କିନ୍ନର କହିଛନ୍ତି।

Share