ମୁମ୍ବାଇ,୧ା୬(ପି.ଟି.): ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେବାକୁ ଯାଉଛି। ଏହା ଜୁନ୍ ୩ରେ ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳ ଅତିିକ୍ରମ କରିପାରେ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ଆରବ ସାଗର ସମେତ ଲାକ୍ଷାଦ୍ୱୀପ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବାକୁ ଯାଉଛି। ଏହା ଉତ୍ତର ଦିଗରେ ଗତି କରି ୩ ତାରିଖରେ ଉତ୍ତର ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।