Categories: ଜାତୀୟ

୩ଶହ ଟନର ବିଶାଳକାୟ ବିଷ୍ଣୁଙ୍କ ପ୍ରତିମା

ବେଙ୍ଗାଲୁରୁ,୫।୬: ବେଙ୍ଗାଲୁରୁର ବିବେକାସ୍ବାମୀ ନଗରରେ ଥିବା କୋଠାନ୍ଦ୍ରମାସ୍ବାମୀ ମନ୍ଦିର ପରିସରରେ ଖୁବ ଶୀଘ୍ର ସ୍ଥାପନ କରାଯିବ ବିଷ୍ଣୁଙ୍କର ବିଶାଳ ପ୍ରତିମା। ମୂର୍ତ୍ତିଟିର ଉଚ୍ଚତା ୬୪ ଫୁଟ ରହିଥିବା ବେଳେ ଏହାର ଲମ୍ବ ୨୬ ଫୁଟ ରହିଛି। ଆଉ ଏହାର ଓଜନ ୩୦୦ ଟନ୍‌ ଥିବା ଜଣାପଡ଼ିଛି। ଏହି ଅଖଣ୍ଡ ମୂର୍ତ୍ତିକୁ ତିଆରି କରିବା ପାଇଁ ୫ ବର୍ଷ ଲାଗିଥିବା ବେଳେ ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ବିଶାଳକାୟ ମୂର୍ତ୍ତିକୁ ତାମିଲନାଡୁର ଥିରୁଭନାମଲାଇ ଜିଲ୍ଲାରେ ତିଆରି କରାଯାଇଛି। ତେବେ ଏହି ମୂର୍ତ୍ତିକୁ ପରିବହନ କରିବା କାଠିକର ପାଠ ହୋଇଥିଲା। ତେବେ ଏତେ ବଡ ମୂର୍ତ୍ତିକୁ ନେବା ପାଇଁ ଅନେକ ଅସୁବିଧା ଉପୁଜିଥିବାରୁ ଏହାକୁ ମନ୍ଦିରକୁ ଆଣିବା ପାଇଁ ୨୪୦ଟି ଚକ ଥିବା ଏକ ସ୍ବତନ୍ତ୍ର ଟ୍ରକ ତିଆରି କରାଯାଇଥିଲା। ଏହି ମୂର୍ତ୍ତଟି ଅତ୍ୟଧିକ ଓଜନ ଥିବାରୁ ଏହାକୁ ମନ୍ଦିର ସମ୍ମୁଖକୁ ଆଣିବା ପାଇଁ ୭ରୁ ୮ ମାସ ଲାଗିଯାଇଥିଲା।

Share