Categories: ବାଣିଜ୍ୟ

୩ହଜାର କୋଟି ବକେୟା ଆଦାୟ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୧୨-୮: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ବକେୟା ପ୍ରାୟ ୩ ହଜାର କୋଟି ଟଙ୍କା ଆଦାୟ କରିବାକୁ ଅଣ୍ଟାଭିଡିଛି। ଆର୍ଥିକ ସଙ୍କଟ କାରଣରୁ କମ୍ପାନୀ ଦ୍ୱିତୀୟଥର କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ଦେଇପାରି ନ ଥିଲା। କର୍ମଚାରୀଙ୍କୁ ଜୁଲାଇର ବେତନ ଅଗଷ୍ଟ ୫ରେ ମିଳିଛି। ବିଏସ୍‌ଏନ୍‌ଏଲ୍‌ ସିଏମ୍‌ଡି ପି.କେ.ପୁରଓ୍ବାର କହିଛନ୍ତି ଯେ, କମ୍ପାନୀ ଗ୍ରାହକଙ୍କ ଉପରେ ପ୍ରାୟ ୩ ହଜାର କୋଟି ଟଙ୍କା ବକେୟା ରହିଛି। ଏହାକୁ ଆଦାୟ କରିବା ଲାଗି କମ୍ପାନୀ ଆକ୍ରମଣାମତ୍କ ପଦକ୍ଷେପ ଗ୍ରହଣ କରିଛି। ଏ ଦିଗରେ ସଫଳତା ମଧ୍ୟ ମିଳୁଛି। ତେବେ ସମ୍ପୂର୍ଣ୍ଣ ବକେୟା ଆଦାୟ କରିବା ଲାଗି ସମୟସୀମା ଧାର୍ଯ୍ୟ କରିବା ସମ୍ଭବ ନୁହେଁ। ତେବେ ବିଏସ୍‌ଏନ୍‌ଏଲ୍‌ ଆସନ୍ତା ୨-୩ ମାସ ମଧ୍ୟରେ ସମସ୍ତ ବକେୟା ଆଦାୟ କରିନେବ ଆଶାକରାଯାଉଛି ବୋଲି ପୁରଓ୍ବାର ସ୍ପଷ୍ଟ କରିଛନ୍ତି।

Share